ରଙ୍ଗ ମିଶା ବମ୍ବେ ଲଡୁ ଓ ଗୋବି ମାଞ୍ଚୁରିଆନ୍ରେ ଲାଗିଲା ପ୍ରତିବନ୍ଧକ
ବମ୍ବେ ଲଡୁ ଓ ଗୋବି ମାଞ୍ଚୁରିଆନ୍ରେ ରାସାୟନିକ ରଙ୍ଗ ବ୍ୟବହାର ଉପରେ ବ୍ୟାନ୍ ଲଗାଇଛନ୍ତି କର୍ଣ୍ଣାଟକ ସରକାର। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ସେ ଏଭଳି ନିଷ୍ପତି ନେଇଛନ୍ତି। ଏଥିସହ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଥିବା ଖାଦ୍ୟ ପଦାର୍ଥକୁ ନ ଖାଇବା ପାଇଁ ମଧ୍ୟ କର୍ଣ୍ଣାଟକ ସରକାରଙ୍କୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।
ଏହି ୨ଟି ଜିନିଷରେ ରୋଡାମାଇନ୍-ବିର ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏହାକୁ ଆଉ ବିକ୍ରି କରାଯିବ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ ବିଭିନ୍ନ ଖାଦ୍ୟ ସାମଗ୍ରୀରେ କ୍ଷତିକାରକ ରାସାୟନିକ ପଦାର୍ଥର ମିଶ୍ରଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଧିକାରୀମାନେ ବିଭିନ୍ନ ରେସ୍ତୋରାଁରୁ କୋବି ମଞ୍ଚୁରିଆନ୍ ଓ ବମ୍ବେଇ ଲଡୁର ପ୍ରାୟ ୧୭୧ନମୁନା ସଂଗ୍ରହ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଏହି ୨ଟି ଖାଦ୍ୟରେ ୧୦୭ପ୍ରକାରର ରଙ୍ଗ ମିଶା ଯାଇଛି, ଯେଉଁଥିରେ ରୋଡାମାଇନ୍-ବି ଏବଂ ଅନ୍ୟ ରସାୟନିକ ପଦାର୍ଥ ରହିଛି। ଏହାର ସେବନ ଦ୍ବାରା ଶରୀରର ଅନେକ କ୍ଷତି ହେଉଛି।
ତେଣୁ ଏହି ରଙ୍ଗକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି। ଯଦି ଏହି ନିର୍ଦ୍ଦେଶକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟକ୍ତିଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହେବ।
Powered by Froala Editor