ହାତୀ ଆକ୍ରମଣରେ ଜଣେ ମୃତ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୀର ସିଂହଗଡ଼ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ପୁରୁଣାପାଣି ଗାଁର ଯୁଧିଷ୍ଠିର ବେହେରା।
ଗତକାଲି ଯୁଧିଷ୍ଠିର ପାଖ ଗାଁକୁ କ୍ରିକେଟ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ସେଠାରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ବାଟରେ ହଠାତ୍ ସେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତାଟି ଟେକି କଚାଡ଼ିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚ ଯୁଧିଷ୍ଠିରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍ ଓ ବନ ବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଉକ୍ତ ଦନ୍ତାଟି ପୂର୍ବରୁ ବି ଜଣେ ଲୋକଙ୍କୁ ମାରି ଦେବା ସହ ବହୁ ଘରଦ୍ୱାର ଭାଙ୍ଗି ସାରିଛି। ତେଣୁ ତୁରନ୍ତ ଉକ୍ତ ଦନ୍ତାକୁ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Powered by Froala Editor