ଖୁଟଖା ଛେପ ସଫା କରିବାକୁ ୧୨୦୦ କୋଟି ଖର୍ଚ୍ଚ କରିଛି ଭାରତୀୟ ରେଲୱେ

ଭାରତୀୟ ରେଲଓ୍ବେ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ପ୍ରାୟ ୨.୫ କୋଟି ଯାତ୍ରୀ ଭାରତୀୟ ରେଲଓ୍ବେରେ ପ୍ରତିଦିନ ଯାତ୍ରା କରନ୍ତି। କିନ୍ତୁ ଭାରତୀୟ ଟ୍ରେନରେ ଗୁଟଖା ଖାଇବା ପରେ ଛେପ ପକାଇବା ଆଜି ମଧ୍ୟ ବନ୍ଦ ହୋଇନାହିଁ। ଏହି କାରଣରୁ, ଗୁଟଖାର ଦାଗ ହଟାଇବା ପାଇଁ ରେଲଓ୍ବେକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯାତ୍ରୀଙ୍କ ସକାଶେ ରେଲୱେ ଏହି ସମସ୍ୟାରେ ପଡୁଛି । କିନ୍ତୁ ସମାଧାନର ବାଟ ବାହାରିପାରୁନି । ଓଲଟା ଖର୍ଚ୍ଚ ଲଦି ହେଉଛି ।
ସିଗାରେଟ ଟାଣିବା କିମ୍ବା ମଦ୍ୟପାନ କରିବା ପରେ ଆପଣ ଟ୍ରେନରେ ଚଢି ପାରିବେ ନାହିଁ। କିନ୍ତୁ ଗୁଟଖା କିମ୍ବା ପାନ ଖାଇ ଟ୍ରେନରେ ଚଢି ପାରିବେ । ଏହି କାରଣରୁ ଅନେକ ଯାତ୍ରୀ ଗୁଟଖା କିମ୍ବା ପାନ ପାଟିରେ ରଖି ବୁଲନ୍ତି ଏବଂ ଯେଉଁଠାରେ ଚାହିଁଲେ ଏହାର ଛେପ ପକାନ୍ତି । କିନ୍ତୁ ଗୁଟଖା ଛେପ ସଫା କରିବାର ଦାୟିତ୍ୱ ଭାରତୀୟ ରେଳ ଉପରେ ପଡେ।
୨୦୨୧ ମସିହାରେ ଭାରତୀୟ ରେଳବାଇ ପକ୍ଷରୁ ଏନେଇ ତଥ୍ୟ ଦିଆଯାଇଥିଲା ।ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଆକଳନ ଅନୁଯାୟୀ ରେଳବାଇ ଷ୍ଟେସନ ଏବଂ ଟ୍ରେନରେ ଗୁଟଖା ଦାଗ ହଟାଇବା ପାଇଁ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା । କେବଳ ଏତିକି ନୁହେଁ ସଫା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଗୁଟଖା ଖାଇବା ଉଚିତ ନୁହେଁ ନେଇ ମଧ୍ୟ ରେଳବାଇ ବିଜ୍ଞାପନ ଦେଇଥିଲା ।
Powered by Froala Editor