୫୦ ବର୍ଷ ହେଲା ବିନା ପାଣିରେ ବଞ୍ଚିଛନ୍ତି ରବର୍ଟ
ପାଣି ବିନା କେହିବି ବଞ୍ଚି ପାରିବେ ନାହିଁ । ଏକଥା ସତ । ହେଲେ ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଟିକେ ଅଲଗା । କାରଣ ବ୍ୟକ୍ତି ଜଣକ ୫୦ ବର୍ଷ ହେଲା ବିନା ପାଣିରେ ବଞ୍ଚିଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି ବ୍ରାଜିଲ ବାହିଆରେ ରହୁଥିବା ୭୦ ବର୍ଷୀୟ ରବର୍ଟ ପେଡ୍ରିରା ।
ରବର୍ଟ ପେଡ୍ରିରାଙ୍କୁ କୋକାକୋଲାର ସବୁଠାରୁ ବଡ଼ ପ୍ରଶଂସକ ବୋଲି କହନ୍ତି। ଅଡିଟି ସେଣ୍ଟ୍ରାଲ ନ୍ୟୁଜ୍ ୱେବସାଇଟର ଏହି ବ୍ୟକ୍ତି ଜଣକ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଗତ ୫୦ ବର୍ଷ ଧରି କେବଳ କୋକା-କୋଲା ପିଉଛନ୍ତି। ଏତେ ମାତ୍ରାରେ କୋକ ପିଇବା ପରେ ସ୍ଥିତି ଏପରି ହୋଇଛି ଯେ ତାଙ୍କୁ ମଧୁମେହ ଓ ହୃଦରୋଗ ମଧ୍ୟ ଅଛି, ଏହା ସତ୍ତ୍ୱେ ସେ କୋକାକୋଲା ପିଅନ୍ତି ।
କୋକା-କୋଲା ପାଇଁ ଏତେ ପାଗଳ ଯେ ଯେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ସେଠାରେ ଡାକ୍ତରମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଔଷଧ ପାଣିରୁ ନୁହେଁ ବରଂ କୋକାକୋଲା ସହ ନେବେ ।
Powered by Froala Editor