କୋର୍ଟଙ୍କ ନିର୍ଦ୍ଦେଶ: ୧୬ରେ ହାଜର ହେବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଇଡିର ସମନକୁ ଅଣଦେଖା କରିବା ପରେ ରାଉଜ ଆଭେନ୍ୟୁ କୋର୍ଟ ପକ୍ଷରୁ ମିଳିଲା ସମନ । କେଜ୍ରିଓ୍ବାଲଙ୍କୁ ଆସନ୍ତା ୧୬ ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା କୋର୍ଟରେ ହାଜର ହେବାକୁ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ୮ ଥର ସମନ ଜାରି କରିଛି ।
ଏହା ପୂର୍ବରୁ ଅର୍ଥାତ ଫେବୃଆରୀ ୧୭ ତାରିଖରେ କୋର୍ଟରୁ ଆଶିଂକ ଆଶ୍ବସ୍ତି ମିଳିଥିଲା । ମାର୍ଚ୍ଚ ୧୬ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫେବୃଆରୀ ୧୭ ତାରିଖ ପରେ କେଜ୍ରିଓ୍ବାଲକୁ ୩ଥର ସମନ ଜାରି କରାଯାଇଥିବା ବେଳେ ହାଜର ହୋଇନଥିଲେ । ଫେବୃଆରୀ ୧୭ ତାରିଖରେ ଦିଲ୍ଲୀ ବିଧାନସଭା ବଜେଟ ଏବଂ ଟ୍ରଷ୍ଟ ମୋସନ ଦର୍ଶାଇ ଶାରୀରିକ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଦର୍ଶାଇଥିଲେ । ଏହାପରେ ସେ ନିଜେ ଇଡିରେ ହାଜର ହେବା ପାଇଁ ତାରିଖ ମାଗିଥିଲେ ।
ପ୍ରକାଶଥାଉକି, ଇଡିର ପ୍ରଥମ ଅଭିଯୋଗ ଆଧାରରେ ଗତ ଫେବୃଆରୀ ୭ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
Powered by Froala Editor