ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ରିସୋର୍ସ କୋଡିନେଟର
ବଲାଙ୍ଗିର : ଭିଜିଲାନ୍ସ ଜାଲରେ ବ୍ଲକ ରିସୋର୍ସ କୋଡିନେଟର। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ୟ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଦେଓଗାଁ ବ୍ଲକ ବିଆରସି ମଧୁସୁଦନ ପଟେଲ ପାଇଖାନା ନିର୍ମାଣ ବିଲ ପାଇଁ ମହମ୍ମଦ ଆଶିଷଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ମହମ୍ମଦ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୁଦନ ପଟେଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ବିଆରସିଙ୍କ ଦୁଇଟି ସ୍ଥାନରେ ଚଢାଉ ଚାଲିଛି।
Powered by Froala Editor