ଦେଶରେ କୋରନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ଚିହ୍ନଟ । ଡେଲଟା ଭାରିଆଣ୍ଟ ଚିହ୍ନଟ ପରେ ଦେଶରେ କୋରୋନାର ଦ୍ୱିତୀୟ ଲହର ନିଜର କାୟା ବିସ୍ତାର କରିଥିଲା । ତେବେ ବର୍ତ୍ତମାନ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏହା ଚିନ୍ତାର କାରଣ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ ।
ଚିହ୍ନଟ ହୋଇଥିବା ନୂଆ ଡେଲଟା ପ୍ଲସ ଭାରିଆଣ୍ଟ ଡେଲଟା ଭାରିଆଣ୍ଟର ମ୍ୟୁଟେସନ, ଯାହାକୁ 417N ନାମରେ ନାମିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମାତ୍ର 63 ଜଣ ଆକ୍ରାନ୍ତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡିଛି ।
ଡେଲଟା ଭାରିଆଣ୍ଟ ଚିହ୍ନଟ ଲଗାତାର 3 ମାସ ଧରି ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଥିଲା । ତେବେ ଗତ କିଛି ଦିନ ହେବ ଦ୍ୱିତୀୟ ଲହର ପ୍ରଭାବ ହୀନ ହେଉଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସହ ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି ।
Powered by Froala Editor