ଚକଖଡି ଗୁଣ୍ଡରେ ତିଆରି ଏହି ମେଡିସିନ, ତେଲେଙ୍ଗାନା ସରକାର ଲଗାଇଲେ ରୋକ
ବଡ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର । ମେଗ ଲାଇଫ ସାଇନ୍ସ ପକ୍ଷରୁ ମାର୍କେଟରେ ବିକ୍ରି ହେଉଥିବା MPOD 200, MEXCLAV 625, and CEFOXIM-CVର ସେବନ ଓ ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ କରାଯାଇଛି। ଯଦି କେହି ଔଷଧର ବ୍ୟବହାର କିମ୍ବା ବିତରଣ କରୁଥିବା ଲୋକମାନେ ଜାଣନ୍ତି, ତା'ହେଲେ ଟୋଲ ଫ୍ରି ନମ୍ବର 1800-599-6969କୁ ଫୋନ କରି ଜଣାଇ ପାରିବେ।
ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ଆଡମିନଷ୍ଟ୍ରେସନ କହିଛି ଯେ ମେଗ ଲାଇଫ ସାଇନ୍ସ ଉତ୍ତରାଖଣ୍ଡର ସିରମାଉର ଜିଲ୍ଲାରେ ରହିଛି । କିନ୍ତୁ ଯାଞ୍ଚ ବେଳେ ଏହା ଏକ ନକଲି ବା ସ୍ଥାୟୀହୀନ କମ୍ପାନୀ ବୋଲି ଜଣାପଡ଼ିଛି। MPOD 200, MEXCLAV 625, and CEFOXIM-CV ୩ ଔଷଧରେ କେବଳ ଚକଖଡ଼ି ଗୁଣ୍ଡ ରହିଛି। ଏହାକୁ ସେବନ କଲେ ସ୍ୱାସ୍ଥ୍ୟଗତ ସମସ୍ୟାର ଆଶଙ୍କା ରହିଛି।
ତେଣୁ ଡିସିଏ ପକ୍ଷରୁ ମେଗ ଲାଇଫ ସାଇନ୍ସ ପକ୍ଷରୁ ଉତ୍ପାଦନ ହେଉଥିବା ସମସ୍ତ ମେଡିସିନର ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ ନୋଟିସ ଜାରି କରାଯାଇଛି। ରିଟେଲର ଓ ହୋଲସେଲରମାନଙ୍କୁ ମଧ୍ୟ ଏହି ଔଷଧର ବିକ୍ରି ଓ ବିତରଣ ଉପରେ ରୋକ ଲଗାଇବାକୁ କୁହାଯାଇଛି।
Powered by Froala Editor