କରୋନା ବିରୋଧରେ ଲଢ଼ିବାକୁ ନୋଭାଭାକ୍ସ ୯୦.୪% ସକ୍ଷମ
ବିଶ୍ୱବାସୀଙ୍କ ପାଇଁ ଭଲ ଖବର ଆଣିଦେଇଛି ନୋଭାଭାକ୍ସ ପ୍ରସ୍ତୁତ କରିଥିବା ଏକ ଆମେରିକୀୟ କମ୍ପାନୀ । ଏହି ଆମେରିକୀୟ କମ୍ପାନୀ ଦାବି କରିଛି ଯେ, କରୋନାରେ ପୀଡ଼ିତ ହେଉଥିବା ବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହି ନୋଭାଭାକ୍ସ ୯୦.୪% ସଫଳ ହେବ । କରୋନାଟିକା ବିରୋଧରେ ଏହା ୯୦%ରୁ ଅଧିକ ସଫଳ ବୋଲି ମଧ୍ୟ ଜଣାପଡିଛି । ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀ ନୋଭାଭାକ୍ସ ସୋମବାର ଦିନ ଟୁଇଟ କରି ସୂଚନା ଦେଇଛନ୍ତି ।
କମ୍ପାନୀ କହିଛି ଯେ, ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହୋଇଥିଲେ। ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ କମ୍ପାନୀର ଏନଭିଏକ୍ସ-ସିଓଭି ୨୩୭୩ ପ୍ରୋଟିନ ଯୁକ୍ତ ଟିକା ମଧ୍ୟମ ଓ ସାଂଘିତକ କରୋନା ଲକ୍ଷଣ ବିରୋଧରେ ୧୦୦% ସଫଳ। ମୋଟାମୋଟି ଏହି ଟିକାର ସଫଳତାର ହାର ୯୦.୪।
ଏହା ୬୫ ବର୍ଷ ଓ ଏହାଠାରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ। ଟିକାର ଦୁଇଟି ଡୋଜ୍ ନେଲେ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହେଉଛି। ସେହିପରି କରୋନାର ସବୁ ପ୍ରକାରର ଷ୍ଟ୍ରେନ ବିପକ୍ଷରେ ଏହା ଲଢ଼େଇ କରିବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି।
ମେରିଲ୍ୟାଣ୍ଡରେ ନୋଭାଭାକ୍ସର ଥିବା ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କମ୍ପାନି ୨୦୨୧ର ତୃତୀୟ ତ୍ରୟମାସିକ ସୁଦ୍ଧା ନିୟାମକ ଅନୁମୋଦନ ପାଇଁ ଆବେଦନ କରିବାକୁ ଚାହୁଁଛି। ଏହା ସହ ତୃତୀୟ ତ୍ରୟମାସିକ ଶେଷ ସୁଦ୍ଧା ମାସକୁ ନୋଭାଭାକ୍ସ କରୋନା ଟିକାର ୧୦୦ ମିଲିୟନ୍ ଡୋଜ ଏବଂ ବର୍ଷ ଶେଷ ସୁଦ୍ଧା ମାସକୁ ୧୫୦ ମିଲିୟନ୍ ଡୋଜ ପ୍ରସ୍ତୁତ କରିବା ପ୍ରସ୍ତୁତ ହେଉଛି | ନୋଭାଭାକ୍ସ ଫଳପ୍ରଦ ହେଲେ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରହିଛି ।
Powered by Froala Editor