ପ୍ଲେ ଷ୍ଟୋର୍ରୁ ହଟିଯାଇଥିଲା ଲୋକପ୍ରିୟ ଆପ୍, ହସ୍ତକ୍ଷେପ କଲେ ସରକାର

ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା। ଯେଉଁଥିରେ କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଥିଲା। ଗୁଗଲ ତା’ର ପ୍ରଥମ ପର୍ଯ୍ୟୟରେ ମାଟ୍ରିମୋନି.କମ୍ ଡେଟିଂ ଆପ ଭାରତ ମାଟ୍ରିମୋନି, ସାଦି ଡଟକମ, ଖ୍ରୀଷ୍ଟିୟାନ ମାଟ୍ରିମୋନି, ମୁସ୍ଲିମ୍ ମାଟ୍ରିମୋନି ଏବଂ ଯୋଡ଼ି ଇତ୍ୟାଦି ଆପ୍କୁ ଶୁକ୍ରବାର ଡିଲିଟ କରିଦେଇଥିଲା। ନୌକରି ଡଟକମ, ଅଲ୍ଟବାଲାଜି, ୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା ।
ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଗୁଗଲକୁ ଆପ ପେମେଣ୍ଟରେ ୧୧ ପ୍ରତିଶତରୁ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ କେତେକ ଭାରତୀୟ ଷ୍ଟାର୍ଟଅପ ଚେଷ୍ଟା କରିଥିଲା। ଭାରତୀୟ ଷ୍ଟାର୍ଟଅପର ଏପରି ଏକ ଉଦ୍ୟମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଯାହାପରେ ଗୁଗଲ ଏବେ ଆପ ହଟାଇ ଦେଇଥିଲା।
ତେବେ ସରକାରଙ୍କ ହସ୍ତକ୍ଷେପ ପରେ ଭାରତୀୟ ମୋବାଇଲ ଆପକୁ ପୁଣି ରଖିବା କରିବା ପ୍ରକ୍ରିୟା ଆରମ୍ଭ କରିଛି ଗୁଗୁଲ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବୈଠକ ପରେ ଗୁଗୁଲ ଭାରତୀୟ ଆପଗୁଡ଼ିକୁ ପୁଣି ସ୍ଥାନୀତ କରିବା ଆରମ୍ଭ କରିଛି ।
Powered by Froala Editor