ଆଜି ଅନ୍ତର୍ଜାତୀୟ ହ୍ବିଲ ଚେୟାର ଦିବସ
ଭବାନୀପାଟଣା: ଆଜି ଅନ୍ତର୍ଜାତୀୟ ହ୍ବିଲ ଚେୟାର ଦିବସ। ଏହି ଅବସରରେ କଳାହାଣ୍ଡି ଏଡିଏମ ତନ୍ମୟ କୁମାର ଦରୱାନ ଏକ ହ୍ବିଲ ଚେୟାର ରେସ୍କୁ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଅନୁଷ୍ଠିତ ଏହି ହ୍ବିଲ ଚେୟାର ରେସ୍ରେ ପ୍ରାୟ ୫୫ ଜଣ ଭିନ୍ନକ୍ଷମ ସାମିଲ ହୋଇଥିଲେ। ଏହି ଅବସରରେ ଡିଆଇପିଆରଓ ମନୋଜ ବେହେରାଙ୍କ ସମେତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ।
Powered by Froala Editor