ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ କ୍ୟାବିନେଟର ମୋହର : ୧ କୋଟି ଘର ପାଇବ ୩୦୦ ୟୁନିଟ ମାଗଣା ବିଦ୍ୟୁତ
ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଏକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି।
ଏହି ଯୋଜନା ଅଧୀନରେ ୧ କୋଟି ଘର ୩୦୦ ୟୁନିଟ ମାଗଣା ବିଦ୍ୟୁତ ପାଇବ ଏବଂ ବାର୍ଷିକ ୧୫,୦୦୦ ହଜାର ଟଙ୍କା ସଞ୍ଚୟ ହେବ। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ଏଥିରେ ପ୍ରତ୍ୟେକ ପରିବାର ପାଇଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ଛାତ ଉପର ସୋଲାର ପ୍ୟାନେଲର ମୂଲ୍ୟ ୧୪୫,୦୦୦ ଟଙ୍କା ହେବ। ସରକାର ଏଥିରେ ୭୮୦୦୦ଟଙ୍କା ସବସିଡି ଦେବେ। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ପୋର୍ଟାଲ ଉନ୍ମୋଚିତ ହୋଇଛି ଏବଂ ଘର ମାଲିକମାନେ ଏଥିରେ ବିକ୍ରେତା ବାଛିବାରେ ସକ୍ଷମ ହେବେ। ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଋଣ ମଧ୍ୟ ଉପଲବ୍ଧ ହେବ।
ଏହି ଯୋଜନା କେବଳ ପରିବାର ସଦସ୍ୟମାନଙ୍କୁ ସହାୟତା କରି ଘରୋଇ ସୋଲାର ଏନର୍ଜି ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିକ କରିବ ନାହିଁ, ବରଂ ଏହା ୧୭ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଦେବ। ଏହା ଭାରତ ବିକାଶରେ ନୂଆ ମାଇଲଖୁଣ୍ଟ ଭାବେ ପରିଚୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି।
Powered by Froala Editor