'ସପ୍ତାହନ୍ତ ସଟଡ଼ାଉନ ପାଇଁ ସରକାରଙ୍କୁ ବାଧ୍ୟ କରନ୍ତୁ ନାହିଁ'
ଭୁବନେଶ୍ୱର: ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ନେଇ DMET ଡ଼ ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପରିସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯାଉଛି। ଏ ଦିଗରେ ବାରମ୍ବାର ସମୀକ୍ଷା ଚାଲିଛି । ଜାତୀୟ ଟ୍ୟାକ୍ସ ଫୋର୍ସ ଓ WHOର ଗାଇଡ଼ ଲାଇନକୁ ଅନୁଶୀଳନ କରୁଛୁ। ବିଭିନ୍ନ ବିଶ୍ଵ ସ୍ତରୀୟ ସଂସ୍ଥା ଓ ଜାତୀୟ ସ୍ତରୀୟ ସଂସ୍ଥା ବିଶେଷଜ୍ଞମାନଙ୍କର ମତାମତ ନେଇ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ।
ତେବେ ଏହି ଅନଲକ ପ୍ରକ୍ରିୟା ୫ ପ୍ରତିଶତ କି ୧୦ ପ୍ରତିଶତ ମାନଦଣ୍ଡରେ ରଖାଯିବ ତାହା ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ମାତ୍ର ଲୋକମାନେ ସବୁ ନିୟମ ପାଳନ କରନ୍ତୁ । ଅଯଥାରେ କର୍ଫ୍ୟୁ, ସପ୍ତାହନ୍ତ ସଟଡ଼ାଉନ ଓ କଟକଣା ପାଇଁ ବାଧ୍ୟ କରନ୍ତୁ ନାହିଁ ବୋଲି DMET ସ୍ପଷ୍ଟ କରିଛନ୍ତି।
Powered by Froala Editor