୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର
ନୂଆଦିଲ୍ଲୀ: ଦେଶରେ କମିଛି ଦାରିଦ୍ର୍ୟ ହାର । ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର । ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡିଛି । ଯାହା ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏକ ଭଲ ଖବର । ରବିବାର ବିଳମ୍ବିତ ରାତିରେ ନିତି ଆୟୋଗର ସିଇଓ ବି.ବି ଆର ସୁବ୍ରମଣ୍ୟମ ଏହି ରିପୋର୍ଟ ଜାରି କରିଛନ୍ତି ।
ନିତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ସର୍ବେର୍କ୍ଷଣ ହୋଇଥିଲା । ଯେଉଁଥିରୁ ଜଣାପଡିଛି ଯେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି । ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ୟ୍ୟାଳୟ ବା ଏନଏସଏସଓ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପ୍ରତି ବ୍ୟକ୍ତିର ମାସିକ ଘରୋଇ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ଦୁଇ ଗୁଣା ଅଧିକ ହୋଇଛି । ଯାହା ଦେଶର ସମୃଦ୍ଧି ସ୍ତରକୁ ଦର୍ଶାଇଛି ବୋଲି କୁହାଯାଇଛି । ଦେଶର ଉଭୟ ଗ୍ରାମୀଣ ଓ ସହରାଂଚଳ ପରିବାରର ମୋଟ ଖର୍ଚ୍ଚରେ ଖାଦ୍ୟଶସ୍ୟ ଓ ଖାଦ୍ୟ ବ୍ୟବହାରର ଅଂଶରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଏନଏସଏସଓ ସର୍ଭେରୁ ଜଣାପଡିଛି ।
Powered by Froala Editor