ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ

ରବିବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିନି। ତେବେ ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପରିକି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ।
ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍ରେ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ କେତେ କ୍ଷୟକ୍ଷତି ଘଟିଛି ତାହାରି ମଧ୍ୟ ସୂଚନା ମିଳିପାରି ନାହିଁ।
ସୂଚନା ଯୋଗ୍ୟ, କାରଖାନାର ୧୨ ନମ୍ବର ମେଗାଜିନ୍ ଷ୍ଟୋର ରୁମ୍ରେ ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି।
Powered by Froala Editor