ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମି
ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୦ରେ ୨୧ ଜିଲ୍ଲାକୁ ମୌସୁମୀ ପ୍ରବେଶ କରିସାରିଥିବା ବେଳେ ରବିବାର ଆଉ ୭ଜିଲ୍ଲାକୁ ଛୁଇଁଲା ମୌସୁମୀ ବାୟୁ। ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଫଳରେ ଆଗାମୀ ୨୪ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏହାଦ୍ବାରା ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ମଧ୍ୟ ବର୍ତ୍ତମାନ ନଦୀର ଜଳସ୍ତର କମ ଥିବାରୁ ବନ୍ୟାର ସମ୍ଭାବନା ନାହିଁ। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିବାରୁ ବର୍ଷା ଜାରି ରହିଛି।
Powered by Froala Editor