ଲୋଇସିଂହ ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ଡାକରା
ବଲାଙ୍ଗିର: ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ସେଥିରେ ନାହିଁ ବଲାଙ୍ଗିର ଜିଲ୍ଲା ଲୋଇସିଂହ ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକର ନାଁ। ଫଳରେ ଏହି ଦୁଇ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ଆଜି ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଲୋଇସିଂହାକୁ ଏନ୍ଏସି ଘୋଷଣା କରା ନଯିବା ପ୍ରତିବାଦରେ ଏଠାରେ ବନ୍ଦ ଡାକରା ଦେଇଛି ଲୋଇସିଂହା ବିକାଶ ପରିଷଦ। ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥ କରିଛନ୍ତି। କିଛି ସ୍ଥାନୀୟ ବିଜେଡି ନେତା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଦୀର୍ଘ ବର୍ଷ ହେଲା ଲୋଇସିଂହାକୁ ଏନଏସି ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଏନଏସି ଘୋଷଣା କଲେ ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଗତକାଲି ରାତିରେ ବ୍ଲକ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦେହ କରାଯାଇଥିଲା।
Powered by Froala Editor