ଚାଲିଗଲେ ୩୮ ପତ୍ନୀଙ୍କ ସ୍ୱାମୀ ଓ ୮୯ ପିଲାଙ୍କ ବାପା
ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଥିଲେ ଜିଓନା ଚାନା । ତାଙ୍କୁ ନେଇ ବହୁ ଖବର ପ୍ରସାରିତ ହୋଇଥିଲା । ତେବେ ଜିଓନାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଟ୍ୱିଟ୍ କରି ଦେଇଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟୁଇଟ୍ କରି ୭୬ ବର୍ଷିୟ ଜିଓନା ଚାନାଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଛନ୍ତି ।
ଜିଓନା ଚାନା ମିଜୋରାମର ରାଜଧାନୀ ଆଇଜୋଲ ନିକଟ ବଖତୱାଙ୍ଗ ଗାଁର ବାସିନ୍ଦା ଥିଲେ । ସେ ୧୯୪୫ରେ ୧୭ ବର୍ଷ ବୟସରେ ବିବାହ କରିଥିଲେ। ଜିଓନାଙ୍କ ପ୍ରଥମ ପତ୍ନୀ ତାଙ୍କ ଠାରୁ ତିନି ବର୍ଷ ବଡ଼। ଏହାପରେ ସେ ବିବାହ କରିଚାଲିଥିଲେ । ୩୮ ପତ୍ନୀ ଏବଂ ୮୯ ପିଲାଙ୍କ ସହ ବିଶ୍ୱର ସର୍ବବୃହତ ପରିବାରର ମୁଖ୍ୟ ଭାବରେ ବିବେଚିତ ହୋଇଥିଲେ ସେ । ମିଜୋରାମ ଏବଂ ଏହାର ବଖଟୱାଙ୍ଗ ଗାଁ ତାଙ୍କ ପରିବାର ହେତୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଥିଲା । ଜିଓନା ଏକ ବୃହତ ୧୦୦କୋଠରୀ ବିଶିଷ୍ଟ ଘରେ ୩୮ପତ୍ନୀ, ୮୯ ପିଲା, ୧୪ ବୋହୂ ଏବଂ ୩୩ ନାତୁଣୀଙ୍କ ସହ ରହୁଥିଲେ, ଯେଉଁ ସମୟରେ କି ଏକ ଛୋଟ ପରିବାର ମଧ୍ୟ ଏକାଠି ରହିପାରୁନଥିଲେ । ତାଙ୍କ ପରିବାର ଯୋଗୁଁ ତାଙ୍କ ଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ଜିଓନା ଚାନା ପରିବାରର ମହିଳାମାନେ ମଧ୍ୟ ଚାଷ କରନ୍ତି । ଜିଓନା ଚାନା ବୃତ୍ତିରେ ଜଣେ ବଢେଇ ଥିଲେ । ୨୦୦୪ରେ ଜିଓନା ଅନ୍ତିମ ଥର ପାଇଁ ବିବାହ କରିଥିଲେ।
Powered by Froala Editor