ରାଜ୍ୟସଭା ରେସରୁ ବାଦ ପଡ଼ିଲେ ଏହି ୭ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ୟ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭ ଜଣ କେନ୍ଦ୍ରମନ୍ତ୍ରୀ ବାଦ ପଡ଼ିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ଏମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ରାଜ୍ୟସଭା ଯାଉ ନଥିବା ନେତାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ(ଗୁଜରାଟ), ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ମଧ୍ୟପ୍ରଦେଶ) ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (କର୍ଣ୍ଣାଟକା) ରହିଛନ୍ତି। ଏହି ୩ ହେଭିୱେଟଙ୍କ ବ୍ୟତୀତ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ(ରାଜସ୍ଥାନ), ପୁରୁଷୋତ୍ତମ ରୁପାଲା(ଗୁଜରାଟ), ନାରାୟଣ ରାଣେ(ମହାରାଷ୍ଟ୍ର) ଓ ଭି ମୁରଲୀଧରନ(ମହାରାଷ୍ଟ୍ର) ମଧ୍ୟ ରାଜ୍ୟସଭାକୁ ଯାଇ ନାହାନ୍ତି। ଏହି ୭ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ବିଭିନ୍ନ ରାଜ୍ୟର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।
ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି।
Powered by Froala Editor