Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

  • ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ ...

  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ...

  • CUET UG 2026 ପରୀକ୍ଷା ସ୍ଥଗିତ

  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ...

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

ରାଜ୍ୟ
Home ›› ରାଜ୍ୟ ››କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦ୍‌ଘାଟିତ

କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦ୍‌ଘାଟିତ

2024-02-13 17:50:34
15602
Share:
Facebook
Twitter
E-Mail
WhatsApp
Telegram
କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦ୍‌ଘାଟିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। 


ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୁର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା ଦ୍ୱାରା କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ବ୍ଲକ  ଏବଂ ଢେଙ୍କାନାଳ ବ୍ଳକ୍‌ର ୧୫ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିପାରିଛି ।


ସେହିପରି ଆଠମଲ୍ଲିକରେ ମନଯୋର ପ୍ରକଳ୍ପର ସଂପ୍ରସାରଣ ମଧ୍ୟ ସଂପୂର୍ଣ୍ଣ ହୋଇଛି । ଏହାଦ୍ବାରା ଆଠମଲ୍ଲିକ ବ୍ଲକ ଓ ଏନଏସିର ୨୮ଟି ଗାଁର ୫ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିପାରିଛି।


ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଶେଷ ହୋଇଛି। ଜଳସେଚନ ପାଇଁ  ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର  ୧୨,୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି। 


ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ କଲ୍ୟାଣ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେ ସବୁବେଳେ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ଜାଣି ସେ ଖୁସୀ ବ୍ୟକ୍ତ କରିଥିଲେ। 


ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କାଳିଆ ଯୋଜନା, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା ସୁବିଧା, ଚାଷୀ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ଏବଂ ଚାଷୀ ଭାଇ ଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସହ ରାଜ୍ୟର ଚାଷୀ ପରିବାର ଯୋଡି ହୋଇ ରହିଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମା’ମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିବା ସହିତ ଆମର ନୂଆ କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’ ଓ ‘ଲକ୍ଷ୍ମୀ’ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ ବୋଲି କହିଥିଲେ। 


ଚାଷୀ ଭାଇଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ସାରଥୀ ବୋଲି କହି ସେମାନଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିରଠାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉପସ୍ଥିତ ରହି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଦାୟିତ୍ୱ ନେବାଠାରୁ ଏହି ୨୪ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀର ଉନ୍ନତି ଓ ସମୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ବଳରେ ଆଜି ରାଜ୍ୟର କେବଳ ପୁରୁଷ ଚାଷୀମାନେ ନୁହେଁ, ମହିଳା ଚାଷୀମାନେ ମଧ୍ୟ ଆଗକୁ ଆସି କୃଷି କ୍ଷେତ୍ରରେ ସଫଳତା ପାଉଛନ୍ତି। 


ଢେଙ୍କାନାଳରେ ଉପସ୍ଥିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ୫୦ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ଯାହା ହୋଇନଥିଲା, ୨୪ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଛନ୍ତି। ଯଦି ଚାଷ ଜମିକୁ ସଠିକ ଭାବେ ଜଳସେଚନ ଯୋଗାଇ ଦିଆଯିବ ତେବେ କୃଷକର ସବୁ ସମସ୍ୟା ଦୂର ହୋଇଯିବ ଏହି କଥାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ କହିଥିଲେ ଯେ ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଛାତ୍ର ମାନଙ୍କ ପାଇଁ ୯ ହଜାର ଓ ଛାତ୍ରୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି। ଏହି ଯୋଜନା ବିଷୟରେ ଆପଣମାନେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ କଳାହାଣ୍ଡିରେ ଉପସ୍ଥିତ ବିଧାୟକ ଶ୍ରୀ ଭୁପିନ୍ଦର ସିଂ ଏବଂ ଢେଙ୍କାନାଳରେ ଉପସ୍ଥିତ ବିଧାୟକ  ଶ୍ରୀ ସୁଧିର କୁମାର ସାମଲ ମୁଖ୍ୟମନ୍ତ୍ରୀଙ୍କ ଏହି ଚାଷୀ ହିତୈଷୀ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ।


କାର୍ଯ୍ୟକ୍ରମରେ ଆଠମଲିକର ୨ଜଣ ଚାଷୀ ସନ୍ତୋଷ ଷଣ୍ଢ ଓ ତପନ ପାତ୍ର ପୂର୍ବରୁ ସେମାନେ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରୁଥିଲେ, ଏବେ ମନଯୋର ପ୍ରକଳ୍ପ ମାଧ୍ୟମରେ ସଠିକ ଭାବେ ଚାଷ କରି ଜମିରୁ ଅଧିକ ଫସଲ ଅମଳ କରି ଲାଭବାନ ହେବେ ବୋଲି କହିଥିଲେ ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।


କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଜଳ ସମ୍ପଦର ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ପ୍ରକଳ୍ପ 5T ଉପକ୍ରମରେ ଆରମ୍ଭ ହୋଇ ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଶେଷ ହୋଇଛି। ଆଜି କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଗୁଡିକ ଚାଷୀ ଭାଇଭଉଣୀମାନଙ୍କ ପାଇଁ ବହୁ ଉପଯୋଗୀ ହେବ ବୋଲି ସେ କହିଥିଲେ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    14941
    May 24, 2026
  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14741
    May 25, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14513
    May 25, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    15061
    May 24, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା
    ଦେଶ-ଦେଶାନ୍ତର

    ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14485
    May 25, 2026
  • ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ
    ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15034
    May 25, 2026
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15608
    May 24, 2026
  • CUET UG 2026 ପରୀକ୍ଷା ସ୍ଥଗିତ
    ଦେଶ-ଦେଶାନ୍ତର

    CUET UG 2026 ପରୀକ୍ଷା ସ୍ଥଗିତ

    14783
    May 25, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13301
    May 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ପରାମର୍ଶ

    15608
    May 24, 2026
  • ଦେଶ-ଦେଶାନ୍ତର

    ୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ

    15034
    May 25, 2026
  • ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14513
    May 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16878
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17497
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17543
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17928
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15515
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14984
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14396
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14520
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15581
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15421
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15162
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15651
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13985
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14741
    May 25, 2026
  • ୧୦ ଦିନରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଲା

    14485
    May 25, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ଆହତ

    14941
    May 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In