ସମ୍ପର୍କରେ ମଧୁରତା ଭରିବା ପାଇଁ କରାଯାଇଥାଏ ଚୁମ୍ବନ
ପ୍ରତିବର୍ଷ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଇଥାଏ । ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରତ୍ୟେକ ଦିନ ଏକ ଭିନ୍ନ ନାମ ଏବଂ ମହତ୍ତ୍ୱ ରହିଛି । ଭାଲେଣ୍ଟାଇନ ଓ୍ୱିକର ସପ୍ତମ ଦିନକୁ କିସ୍ ଡେ ଭାବେ ପାଳନ କରାଯାଏ । ଓଡ଼ିଆରେ ଏହାକୁ ଚୁମ୍ବନ ଦିବସ ମଧ୍ୟ କୁହାଯାଏ । ନିଜ ଜୀବନରେ ପ୍ରେମର ମହତ୍ତ୍ୱ ଏବଂ ସମ୍ପର୍କରେ ମଧୁରତା ଭରିବା ପାଇଁ ଚୁମ୍ବନ କରାଯାଇଥାଏ । ଆଜିର ଦିନରେ ପ୍ରେମୀଯୁଗଳ ଉଭୟଙ୍କୁ ଚୁମ୍ବନ ଦେଇ ସେଲିବ୍ରେସନ କରିବେ । ପ୍ରେମ ବ୍ୟକ୍ତ କରିବା ସମୟରେ ଚୁମ୍ବନ ଦେଇ କିସ୍ ଡେ ପାଳନ କରିବେ । ପ୍ରେମ ଭାଷାକୁ ଗାଢ କରିଥାଏ ଚୁମ୍ବନ ।
ରୋମାନ୍ସର ପୁରୁଣା ପଦ୍ଧତି ହେଉଛି ଚୁମ୍ବନ । କିସ୍ ଡେ'ର ପରମ୍ପରା ବ୍ରିଟେନରୁ ଆରମ୍ଭ ହୋଇଥିବା ବିବେଚନା କରାଯାଏ । ସୋସିଆଲ ନେଟଓ୍ୱାର୍କିଂ ସାଇଟର ଆଗମନ ପରେ ଭାଲେଣ୍ଟାଇନ ସପ୍ତାହରେ କିସ୍ ଡେ ପାଳନ କରିବାର ପରମ୍ପରା ସାରା ବିଶ୍ୱରେ ବ୍ୟାପୀ ଯାଇଥିଲା । ବିଶ୍ୱାସ କରାଯାଏ ଯେ, ଚୁମ୍ବନ ପ୍ରେମର ରୋମାଞ୍ଚକ ସତେଜ କରିଥାଏ । ଜଣେ ବ୍ୟକ୍ତି ପାଇଁ ଭକ୍ତି, ପ୍ରେମ ଏବଂ ସ୍ନେହ ଦେଖାଇବା ପାଇଁ ଚୁମ୍ବନ ଏକ ପ୍ରଭାବଶାଳୀ ଉପାୟ । ଭୁଲ ବୁଝାବଣା ଦୂର କରିବା ଏବଂ ପ୍ରେମ ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ହୋଇଥାଏ ଚୁମ୍ବନ ।
ଚାକିରି-ଅଧ୍ୟୟନ ଏବଂ ଅନ୍ୟାନ୍ୟ କାରଣରୁ ଅନେକ ପ୍ରେମୀ ଯୁଗଳ ଶାରୀରିକ ଭାବରେ ଉପସ୍ଥିତ ରହି କିସ୍ ଡେ ପାଳନ କରିପାରନ୍ତି ନାହିଁ । ମେସେଜ, ଇମୋଜି ଏବଂ ଭିଡିଓ କଲିଂ ମାଧ୍ୟମରେ ଫେସବୁକ, ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ସାଇଟ୍ ସାହାଯ୍ୟରେ ଭର୍ଚୁଆଲ୍ ଚୁମ୍ବନ ମାଧ୍ୟମରେ ନିଜର ପ୍ରେମ ବ୍ୟକ୍ତ କରି କିସ୍ ଡେ ପାଳନ କରିଥାଆନ୍ତି । ତେବେ ଆଜିର ଦିନରେ କେବଳ ପ୍ରେମୀଯୁଗଳ ନୁହେଁ ବରଂ ଭଲପାଇବା ରହିଥିବା ସମସ୍ତ ବ୍ୟକ୍ତିକୁ ଚୁମ୍ବନ ଦେଇପାରିବେ । ବିଶ୍ୱାସ କରାଯାଏ ଯେ, ଚୁମ୍ବନ ଲୋକଙ୍କ ମନୋବଳକୁ ଦୃଢ କରିବା ସହିତ ପ୍ରେମର ଗଭୀରତାକୁ ବୃଦ୍ଧି କରିଥାଏ ।
Powered by Froala Editor