ରାଜ୍ୟରେ ଲଘୁଚାପ ବର୍ଷା ଜାରି
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ବଢିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର , ଭଦ୍ରକ , ବାଲେଶ୍ବର, କେନ୍ଦ୍ରପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥବାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର , କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର , କୋରାପୁଟ, ନବରଙ୍ଗପୁର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଯୋଗୁଁ ଏହି ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ବାବନା ରହିଛି। ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଚଳ ପ୍ରଚଳ ବେଳେ ସର୍ତକ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ବର୍ଷା ହେଉଛି। ଆସନ୍ତା ୪ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ଶନିବାର ୨୩ ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଆଜି ୨୪ ଘଂଟା ଭିତରେ ବାକି ୭ ଜିଲ୍ଲାକୁ ମୌସୁମୀ ଛୁଇଁବ । ଅନ୍ୟପଟେ ପ୍ରବଳ ବର୍ଷାରେ ଭୁବନେଶ୍ବର-କଟକ ବେହାଲ ହୋଇଛି । । ଶନିବାର ସଂଧ୍ୟାରୁ ଟ୍ବିନସିଟି ପ୍ରବଳ ବର୍ଷା ସହ ଘଡଘଡି ଲାଗି ରହିଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିଛି। ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏବେ ରାଜ୍ୟରେ ବର୍ଷା ଲାଗିରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
Powered by Froala Editor