ନକ୍ସଲଙ୍କ ପ୍ରୟାସ ଅସଫଳ, ୩ ଟିଫିନ ବୋମା ଉଦ୍ଧାର
ମାଲକାନଗିରି: ମାଲକାନଗିରିରେ ମାଓବାଦୀଙ୍କ ଟିଫିନ ବୋମା । ୩ ଟିଫିନ ବୋମାକୁ ଉଦ୍ଧାର କରି ଅକାମୀ କଲେ ଯବାନ । ଶନିବାର ନକ୍ସଲଙ୍କ ଏହି ପ୍ରୟାସ ଅସଫଳ ହୋଇଛି । ସ୍ବାଭିମାନ ଅଞ୍ଚଳ ଯନ୍ତାପାଇଁରେ ଥିବା 9TH ବାଟାଲିଆନ, ବିଏସଏଫ ଓ ଜିଲ୍ଲା ପୋଲିସ ଏହି ମିଳିତ ଅପରେସନ କରିଥିଲା ।
ପାଟ୍ରୋଲିଂ ସମୟରେ ଆନ୍ଧ୍ର -ଓଡ଼ିଶା ସୀମାର ଚିନ୍ତାଲନାର ଓ ମାନ୍ଦାପାଲି ଜଙ୍ଗଲ ମଝିରେ ବୋମା ମିଳିଥିଲା । ମେଟାଲ ଡିଟେକ୍ଟରରେ ଯାଞ୍ଚ କରୁଥିବା ବେଳେ ମାଓବାଦୀଙ୍କ ଷଡ଼ଯନ୍ତ୍ର ଧରାପଡ଼ିଥିଲା । ତବେ ବୋମାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହାପରେ ମଝି ଜଙ୍ଗଲରେ ତାକୁ ନିଷ୍କ୍ରିୟ କରିଥିଲେ ଯବାନ । ଗତ ୬ ମାସ ମଧ୍ୟରେ ଯବାନ ମାନେ ସ୍ବାଭିମାନ ଅଞ୍ଚଳରୁ ୨୦ରୁ ଅଧିକ ବୋମା ଉଦ୍ଧାର କରିସାରିଛନ୍ତି ।
Powered by Froala Editor