୨୫ରୁ ୫୦ ପ୍ରତିଶତକୁ ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍
କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବଢିଲା । ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ ମଧ୍ୟ ରାଜ୍ୟ ସରକାର ବଢାଇଛନ୍ତି ।
ସୂଚନା ଅନୁସାରେ, ସମ୍ବଲପୁର ଗସ୍ତରେ ଅଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସମ୍ବଲପୁର ଜିଲ୍ଲା ଚାରମାଲଠାରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ଏହି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ୯୮ କୋଟି ଖର୍ଚ୍ଚ କରିବେ।
ସମ୍ବଲପୁର ରେଢାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି ।
Powered by Froala Editor