୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ
ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଷୋଡ଼ଶ ବିଧାନସଭାର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାନ କରି ଅର୍ଥମନ୍ତ୍ରୀ ଆରୁଖ କହିଛନ୍ତି ଯେ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ । ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ରହିଛି, ଜାତୀୟ ହାରଠାରୁ ୧% ଅଧିକ ରହିଛି । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ । ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍ଭିଂ ଫଣ୍ଡ ବ୍ୟବସ୍ଥା । ଆଗାମୀ । ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ । ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା । ଓଡ଼ିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ । କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ । ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି । ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ । ୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି । ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପ ପାଇଁ ୭ଶହ କୋଟିର ବ୍ୟବସ୍ଥା । ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି । ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ । ଲକ୍ଷ୍ମୀ ଯୋଜନାରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ । ୨୦୨୩-୨୪ରେ ରାଜସ୍ବ ବଳକା ପରିମାଣ ୨୨ ହଜାର ୪୧୧ କୋଟି ଆକଳନ । ମୋଟ ରାଜସ୍ବ ଆୟ ୧ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଆକଳନ । ମୋଟ ରାଜସ୍ବ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଆକଳନ । ସଂଶୋଧିତ ଆକଳନ ଅନୁସାରେ ୨୨, ୪୧୧ କୋଟି ରାଜସ୍ବ ବଳକା । ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ରହିବା ଆକଳନ । ବେତନ, ପେନସନ୍, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର ୫ ଶହ କୋଟି । ମୋଟ କାର୍ୟ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ ୪୦ ହଜାର କୋଟି ।
Powered by Froala Editor