ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ନିର୍ବାଚନ କମିଶନ
ଭୁବନେଶ୍ୱର: ଆଗକୁ ଓଡ଼ିଶାରେ ସାଧାରଣ ନିର୍ବାଚନ । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏବେଠୁ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ମଧ୍ୟ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାକୁ ଆସୁଛନ୍ତି । ନିର୍ବାଚନ କମିଶନ ଓ ଅଧିକାରୀମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ନିର୍ବାଚନ କମିଶନ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ।
ନିର୍ବାଚନ କମିଶନ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
Powered by Froala Editor