ଅର୍ପଣ ରଥ ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ ଦାବି
ଭୁବନେଶ୍ୱର: ଅର୍ପଣ ରଥ ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ ଆଜି ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ଶ୍ରୀ ମାଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ପଣ ରଥକୁ ନେଇ ଗୃହରେ ପଦଟିଏ ବି କହିଲେନି । ଅର୍ପଣ ରଥ ଚାଉଳରେ ଉଷୁନା ଚାଉଳ ମିଳିଥିବା ଯାଞ୍ଚ କମିଟି ସଦସ୍ୟ କହିଛନ୍ତି । ବାର ମିଶା ଚାଉଳ ଶ୍ରୀମନ୍ଦିର ଭିତରକୁ କେମିତି ଗଲା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
ସେହିପରି ଅର୍ପଣ ରଥରୁ କେତେ ଅର୍ଥ ସଂଗ୍ରହ ହେଲା ତା’ର ହିସାବ ବି ଦିଆଗଲା ନାହିଁ । ଡାଟା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଗଲା । ଗଜପତି ମହାରାଜା ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ ବୋଲି ଶ୍ରୀ ମାଝୀ କହିବା ସହ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।
Powered by Froala Editor