କୋଭିଡ ହସ୍ପିଟାଲରେ ଡ୍ୟାନ୍ସ ଡ୍ୟାନ୍ସ
କୋଭିଡ ରୋଗୀଙ୍କ ମନୋବଳ ବଢାଇବାକୁ ଡ୍ୟାନ୍ସ ଫର୍ମୁଲା ଆପଣାଇଛନ୍ତି ବଲାଙ୍ଗୀର କୋଭିଡ ହସ୍ପିଟାଲର କର୍ମଚାରୀ । ହସ୍ପିଟାଲ କର୍ମଚାରୀମାନେ ପିପିଇ କିଟ ପିନ୍ଧି ରୋଗୀଙ୍କ ସହ ନାଚିଥିବା ଭିଡ଼ିଓ ଭାଇରାଲ ହେଉଛି । ଏପରି ଏହି ନାଚ ଦେଖି ଚିକିତ୍ସାଧିନ ସଂକ୍ରମିତ ମାନଙ୍କ ମନୋବଳ ସୁଦୃଢ ହୋଇଛି ।
ଗତ ଦୁଇଦିନ ଆଗରୁ ୯୨ ବର୍ଷୀୟ ରୋଗୀର ଜନ୍ମଦିନ ପାଳନ କରିଥିଲେ । ହସ୍ପିଟାଲର ସମସ୍ତ କର୍ମଚାରୀ ଏବଂ ସଂକ୍ରମିତ ବୃଦ୍ଧଙ୍କ ଜନ୍ମ ଦିନରେ ସାମିଲ ହୋଇଥିଲେ । ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେହିପରି ଡାକ୍ତରଖାନାର ୬ ଜଣ ରୋଗୀଙ୍କୁ ହସ୍ପିଟାଲ କର୍ମଚାରୀ ଦାଢି ସେଭିଂ କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।
ଏବେ ଡ୍ୟାନ୍ସ କରି ରୋଗୀଙ୍କୁ ସୁଦୃଢ କରିବାକୁ ପ୍ରୟାସ କରିଛନ୍ତି । ଡ୍ୟାନ୍ସ ମାଧ୍ୟମରେ କରୋନାକୁ ହରାଇବା ପାଇଁ ମାନସିକ ସ୍ତରରେ ରୋଗୀଙ୍କୁ ମଜଭୁତ୍ କରୁଛନ୍ତି ଡାକ୍ତର ଓ ମେଡିକାଲ ଷ୍ଟାଫ। ଏ ପ୍ରକାର ପ୍ରୟାସକୁ ଦେଖି ରୋଗୀମାନଙ୍କ ସଂର୍ପକୀୟ ମାନେ ବେଶ୍ ଖୁସି ହୋଇଛନ୍ତି।
Powered by Froala Editor