ମାସେ ଘୁଞ୍ଚିଲା ଏମସ ପିଜି ମେଡିକାଲ ଏଣ୍ଟ୍ରାନ୍ସ
ନୂଆଦିଲ୍ଲୀ: ଏମସ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପି୍ରମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ବେଳେ ପରୀକ୍ଷାକୁ ମାସେ ଘୁଞ୍ଚାଇବା ପାଇଁ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି । କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ସୁପି୍ରମକୋର୍ଟ ପରୀକ୍ଷା ଘୁଞ୍ଚାଇବାକୁ କହିଥିଲେ । ଆଇଏନଆଇ ସିଇଟି ୨୦୨୧ ପରୀକ୍ଷା ଆସନ୍ତା ୧୬ ତାରିଖରେ ହେବାକୁ ଥିଲା । ତେବେ ଏହି ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ବିଚାରପତି ଇନ୍ଦିରା ବାନାର୍ଜୀ ଓ ବିଚାରପତି ଏମଆର ଶାହଙ୍କ ଖଣ୍ଡପୀଠ ପରୀକ୍ଷା ଅନ୍ତତଃ ୧ ମାସ ଘୁଞ୍ଚାଇବାକୁ କହିଥିଲେ । ଡାକ୍ତରମାନେ କୋଭିଡ ବେଳେ ଚିକିତ୍ସା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପଢ଼ାପଢ଼ି କରିପାରି ନାହାନ୍ତି ବୋଲି ଖଣ୍ଡପୀଠ କହିଥିଲେ ।
Powered by Froala Editor