ବଢିଲା ଖରା: ୨ରୁ ୩ଡିଗ୍ରୀ ଯାଏଁ ବଢିଲା ରାତି ତାପମାତ୍ରା
ଭୁବନେଶ୍ବର: ମାଘ ମାସରେ ବଢିଲା ଖରା। ଯେଉଁ ମାସରେ ବାଘ ଭଳି ଶୀତ ଅନୁଭୂତ ହେବା କଥା ସେହି ମାସରେ ଗରମ ଅନୁଭବ ହେଲାଣି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି। ମଙ୍ଗଳବାର ରାତିରେ ଉପକୂଳ ଓଡିଶାରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେପଟେ ରାଜ୍ୟରେ ଏବେ ଶୀତର ମାତ୍ରା ଟିକିଏ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି। ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜୁଛି।
Powered by Froala Editor