କୋରାପୁଟରୁ ପୁରୀ ଆସିଲା କଳା ଜିରା ଚାଉଳ
ପୁରୀ: ପୁରୀରେ ପହଞ୍ଚିଲା କଳା ଜିରା ଚାଉଳ। ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଛି ଏକ କୁଇଣ୍ଟାଲ କଳା ଜିରା ଚାଉଳ। କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଛି। କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ ।
ସୂଚନା ଅନନୁଯାୟୀ, ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଥିଲା। କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି ।
Powered by Froala Editor