Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, February 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ ...

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି ...

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ ...

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

  • ସୁଲତାନପୁର କୋର୍ଟରେ ରାହୁଲ

  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ...

  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ...

  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

  • ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

ରାଜ୍ୟ
Home ›› ରାଜ୍ୟ ››ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

2024-01-31 12:43:02
13486
Share:
Facebook
Twitter
E-Mail
WhatsApp
Telegram
ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। 


ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡି ହେଲା । 


ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ। ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ  ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ। ଅନୁଗୋଳର ୧୭୬ଟି ପଞ୍ଚାୟତରେ  ୨୯ଟି ବସ୍‌ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ  ୫୫ଟି ବସ୍‌ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ।


 ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। 


  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। 


ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ।


ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।


ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ।  


ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।


କାର୍ଯ୍ୟକ୍ରମରେ ଦେବଗଡଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ଢେଙ୍କାନାଳରେ ଉପସ୍ଥିତ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।


କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କହିଲେ ଯେ ଲକ୍ଷ୍ମୀ ବସ୍‌ ହେଉଛି ଲୋକଙ୍କ ସମ୍ପତ୍ତି। ଆପଣଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ  ବସ୍‌ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।


ଏହି ଅବସରରେ ଢେଙ୍କାନାଳରେ ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ଅନୁଗୋଳରେ ବିଧାୟକ ଶ୍ରୀ ରଜନିକାନ୍ତ ସିଂ, ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ ଦେବଗଡରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ କୌଶିକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସେମାନଙ୍କର ଅଭିଭାଷଣ ଦେଇଥିଲେ ।


କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ।

Powered by Froala Editor

Tags LaccMI bus

Related articles Odisha News Lens 4.1

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି କରନ୍ତୁ ଇପିଏଫ୍ ବାଲାନ୍ସ
    ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି କରନ୍ତୁ ଇପିଏଫ୍ ବାଲାନ୍ସ

    14576
    Feb 21, 2026
  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି
    ଦେଶ-ଦେଶାନ୍ତର

    ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15638
    Feb 20, 2026
  • ୨୭ରେ ମୁକ୍ତିଲାଭ କରିବ
    ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    14962
    Feb 20, 2026
  • ସୁଲତାନପୁର କୋର୍ଟରେ ରାହୁଲ
    ଦେଶ-ଦେଶାନ୍ତର

    ସୁଲତାନପୁର କୋର୍ଟରେ ରାହୁଲ

    14885
    Feb 20, 2026
  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
    ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15692
    Feb 20, 2026
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14357
    Feb 21, 2026
  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

    14631
    Feb 20, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ
    ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15556
    Feb 21, 2026
  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ
    ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13758
    Feb 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15556
    Feb 21, 2026
  • ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15692
    Feb 20, 2026
  • ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    14962
    Feb 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17347
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17416
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17759
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16233
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15556
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14243
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15191
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15905
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15919
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14960
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14473
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16083
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15367
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13758
    Feb 21, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି କରନ୍ତୁ ଇପିଏଫ୍ ବାଲାନ୍ସ

    14576
    Feb 21, 2026
  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ପ୍ରଦର୍ଶନ

    14079
    Feb 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In