ଦୁଇ ଝିଅ ଥିଲେ ଶାଢି ସହ ଭୋଗ କରିବ, ଖବର ପ୍ରଚାର ପରେ ତାରାତାରିଣୀ ପୀଠରେ ଭିଡ଼

ପର୍ବ ନାହିଁ କି ପର୍ବାଣୀ ନାହିଁ । ହେଲେ ମଙ୍ଗଳବାରରେ ଅଚାନକ ଗଞ୍ଜାମ ଜିଲ୍ଲା ମାଆ ତାରାତାରିଣୀ ପୀଠରେ ଲାଗିଲା ହଜାର ହଜାର ଭକ୍ତଙ୍କ ଗହଳି ଚହଳି । ଦୁଇଟି ଝିଅ ସନ୍ତାନ ଥିଲେ ତାରାତାରିଣୀ ପୀଠରେ ଆସି ପୂଜାର୍ଚନା କରିବ । ଏ ଖବର ଚାରିଆଡେ ପ୍ରଚାରିତ ହେବା ମାତ୍ରେ ମାଆଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଗହଳ ଲାଗିଥିବା ଦେଖିବାକୁ ମିଳିଛି ।
ଯାହାର ଦୁଇଟି ଝିଅ ସନ୍ତାନ ଥିବେ, ସେମାନେ ମାଆଙ୍କ ନିକଟକୁ ଆସି ଶାଢ଼ୀ ସହ ପୂଜାର୍ଚନା କରିଲେ ମଙ୍ଗଳ ହେବ ବୋଲି ମାଆଙ୍କ ସ୍ୱପ୍ନାଦେଶ ଥିବା ଜଣେ ଭକ୍ତ କହିଥିବା ନେଇ ପୂଜକ କହିଛନ୍ତି । ସକାଳ ଠାରୁ ହଜାର ହଜାର ଭକ୍ତ ଆସି ମାଆଙ୍କ ନିକଟରେ ପୂଜାର୍ଚନା କରିଥିବା କହିଛନ୍ତି ପୂଜକ । ଜଣକ ଠାରୁ ଶାଢ଼ୀ, ଟଙ୍କା ମାଗି ଆଣି ମାଆଙ୍କ ଠାରେ ପୂଜାର୍ଚନା କରିଲେ ମଙ୍ଗଳ ହେବା ନେଇ କୁଆଡେ ସ୍ୱପ୍ନାଦେଶ ହୋଇଛି । ଏ ଖବର ପ୍ରଚାର ହେବା ଠାରୁ ମନ୍ଦିରରେ ଅସମ୍ଭବ ଭିଡ ଲାଗି ରହିଛି । ଆସନ୍ତା ମଙ୍ଗଳବାର ମଧ୍ୟ ଏଭଳି ଭିଡ ଲାଗିବ ବୋଲି ଚର୍ଚ୍ଚା ହେଉଛି । ତେବେ ଭିଡକୁ ଦେଖି ପୁଲିସ ପକ୍ଷରୁ ହଠାତ୍ ଫୋର୍ସ ମୁତୟନ କରାଯାଇଥିଲା ।
Powered by Froala Editor