୨୦୨୨ ନିର୍ବାଚନରେ ଏକାଠି ଲଢ଼ିବେ ଅକାଳୀ ଓ ବିଏସପି
ପଞ୍ଜାବ: ୨୦୨୨ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ଶିରୋମାନି ଅକାଳୀ ଦଳ ଏବଂ ମାୟାବତୀଙ୍କ ନେତୃତ୍ୱାଧୀନ ବିଏସପି । ମୋଟ ୧୧୭ ଆସନ ମଧ୍ୟରୁ ବହୁଜନ ସମାଜ ପାର୍ଟି (ବିଏସପି) ୨୦ଟି ଏବଂ ଶିରୋମଣି ଅକାଳୀ ଦଳ ୯୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ସାମ୍ବାଦିକ ସମ୍ମିଳନୀରେ ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ଏହି ସୂଚନା ଦେଇଛନ୍ତି ।
ସୁଖବୀର ସିଂ ବାଦଲ କହିଛନ୍ତି ଯେ ଉଭୟ ଦଳର ଚିନ୍ତାଧାରା ଦୂରଦୃଷ୍ଟି ସମ୍ପନ୍ନ । ଉଭୟ ଦଳ ଗରିବ କୃଷକ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି । ପଞ୍ଜାବ ରାଜନୀତି ପାଇଁ ଏହା ଏକ ଐତିହାସିକ ଦିନ ।
ପୂର୍ବରୁ ୧୯୯୬ ଲୋକସଭା ନିର୍ବାଚନରେ ଉଭୟ ଅକାଳୀ ଦଳ ଏବଂ ବିଏସପି ଏକାଠି ଲଢିଥିଲେ । ଏହାପରେ ଉଭୟ ଅଲଗା ହୋଇ ଯାଇଥିଲେ । ତେବେ ମୋଦି ସରକାରଙ୍କ ନୂତନ କୃଷି ବିଲକୁ ଉଭୟ ଦଳ ଘୋର ବିରୋଧ କରିଥିଲେ । ତିନି କଳା କୃଷି ଆଇନ ହଟାଇବାକୁ ଉଭୟ ଦଳ ଦାବି କରି ଆସୁଛନ୍ତି । ମାତ୍ର ଏନଡିଏ ସରକାର ଏହା ଉପରେ ଏ ପର୍ଯ୍ୟନ୍ତ କିଛି ଠୋସ୍ ପଦକ୍ଷେପ ନେଇ ନାହାନ୍ତି । ତେଣୁ ଆଗାମୀ ଦିନରେ ଏହି ଆଇନକୁ ଆହୁରି ଜୋରଦାର୍ ବିରୋଧ କରାଯିବ । ଉଭୟ ଦଳ ଏକାଠି ମିଶି ଆଇନ ହଟାଇବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ।
Powered by Froala Editor