ମେ ମାସରେ ୧୦୭.୯ ମିଲିମିଟର ବର୍ଷା ରେକର୍ଡ
ନୂଆଦିଲ୍ଲୀ: ୧୨୧ ବର୍ଷ ଭିତରେ ଭାରତରେ ଦ୍ବିତୀୟ ସର୍ବାଧିକ ବର୍ଷା । ଚଳିତ ବର୍ଷ ମେ’ ମାସରେ ଏଭଳି ରେକର୍ଡ ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଲଗାତାର ଦୁଇଟି ମହାବାତ୍ୟା ଯୋଗୁଁ ଏଭଳି ପ୍ରବଳ ବର୍ଷା ହୋଇଛି ।
ଗତମାସରେ ହାରାହାରି ମୋଟ ୧୦୭.୯ ମିଲିମିଟର ବର୍ଷା ହୋଇଛି । ଯାହା ହାରାହାରି ୬୨ ମିଲିମିଟରଠାରୁ ୭୪ ପ୍ରତିଶତ ଅଧିକ ରହିଛି । ୧୯୦୧ ମସିହା ପରଠାରୁ 1୯୯୦ ମେ’ରେ ହୋଇଥିଲା ସର୍ବାଧିକ ୧୧୦.୭ ମିଲିମିଟର ବର୍ଷା । ସେହିପରି ୧୯୦୧ ପରଠାରୁ ଚଳିତ ବର୍ଷ ମେରେ ହିଁ ତୃତୀୟ ସର୍ବନିମ୍ନ ହାରାହାରି ତାପମାତ୍ରା ଅନୁଭୂତ ହୋଇଛି । ଗତ ମାସରେ ହାରାହାରି ତାପମାତ୍ରା ୩୪.୧୮ ଡିଗ୍ରୀ ସେଲ୍ସିଅସ୍ ରହିଥିଲା । ତେବେ ଏହା ପୂର୍ବରୁ ୧୯୧୯ ମେ’ରେ ସର୍ବନିମ୍ନ ୩୨.୬୮ଡିଗ୍ରୀ ଓ ୧୯୭୭ ମେ’ରେ ରେକର୍ଡ ହୋଇଥିଲା ୩୩.୮୪ ଡିଗ୍ରୀ ସେଲ୍ସିୟସ୍ ।
Powered by Froala Editor