୪ ଝିଅ ଓ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ, ୩ ବର୍ଷ ଝିଅର ମୃତ୍ୟୁ

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ୪ ଝିଅ ଓ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ଏଥିରେ ଜଣେ ଝିଅର ମୃତ୍ୟୁ ଘଟିଛି । ଅନ୍ୟମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଗାଁର ସୁଖୁ ଓରାମ ଆଜି ଭୋରରେ ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ୨, ୫ ଓ ୧୨ ବର୍ଷର ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।
ଖବର ପାଇ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା, ଗଡ଼ପୋଷ ଫାଣ୍ଡି ପୁଲିସ୍ , ତହସିଲଦାର ଅନୀଲ କୁଲୁ ମଧ୍ୟ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଘଟଣାର ପ୍ରକୃତ କାରଣ ଜଣାପଡ଼ିନି।
Powered by Froala Editor