ଏହି କାରଣରୁ ଟାଙ୍କୁରି ଉଠେ ଲୋମ
ଅନେକ ସମୟରେ ଆମ ଲୋମ ଟାଙ୍କୁରି ଉଠେ। ଶୀତ ଋତୁରେ ଅତ୍ୟଧିକ ଥଣ୍ଡା ହେଲେ, ଭୟଭୀତ ହେଲେ କିମ୍ବା ହଠାତ୍ କିଛି ଅବିଶ୍ୱାସନୀୟ କଥା ଶୁଣିବା ପରେ ଲୋମ ଟାଙ୍କୁରି ଉଠେ। କିନ୍ତୁ ଜାଣନ୍ତି କି ଏପରି କାହିଁକି ହୁଏ?ଲୋମ ଟାଙ୍କୁରି ଉଠିବାକୁ ଡାକ୍ତରୀ ଶବ୍ଦରେ ପେଲୋରିଆକ୍ସନ୍, କଟିସ୍ ଏନସେରିନା କିମ୍ବା ହୋରେପିଲେସନ୍ କୁହାଯାଏ। ଏହି ପ୍ରକ୍ରିୟାରେ, ଆମ ଚର୍ମରେ ଥିବା କେଶ ଫୋଲିକଲଗୁଡ଼ିକ ଠିଆ ହୋଇଯାଏ। ଯଦି କେଶ ନଥାଏ, ଚର୍ମ ଉପରକୁ ଉଠିଯାଏ।
ଯେତେବେଳେ ଆଡ୍ରେନାଲିନ୍ ନାମକ ଷ୍ଟ୍ରେସ୍ ହରମୋନ୍ ଅବଚେତନା ଅବସ୍ଥାରେ ରିଲିଜ୍ ହୁଏ ସେତେବେଳେ କେଶଗୁଡ଼ିକ ଠିଆ ହୁଏ । ଏହି ହରମୋନ୍ ରିଲିଜ୍ କେବଳ ଚର୍ମର ମାଂସପେଶୀରେ ସଂକୋଚନ ସୃଷ୍ଟି କରେ ନାହିଁ ବରଂ ଶରୀରର ଅନ୍ୟାନ୍ୟ କାର୍ୟ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପ୍ରାଣୀମାନଙ୍କଠାରେ ଏହି ଷ୍ଟ୍ରେସ୍ ହରମୋନ୍ ସେହିସମୟରେ ରିଲିଜ୍ ହୋଇଥାଏ ଯେତେବେଳେ ତାଙ୍କୁ ଥଣ୍ଡା ଅନୁଭବ ହୁଏ କିମ୍ବା ଚାପଗ୍ରସ୍ତ ଅବସ୍ଥାରେ ଥାଆନ୍ତି।
ଯେତେବେଳେ ବି ଆପଣ ଅତ୍ୟଧିକ ଥଣ୍ଡା ଅନୁଭବ କରନ୍ତି, ମସ୍ତିଷ୍କ ଆପଣଙ୍କ ଶରୀରକୁ ସଙ୍କେତ ଦେଇଥାଏ ଯେ ଶରୀର ଉଷ୍ମତା ଆବଶ୍ୟକ କରେ। ଶରୀରରେ ଲୋମ ଟାଙ୍କୁରି ଉଠିବା ସେହି ଲକ୍ଷଣ ମଧ୍ୟରୁ ଗୋଟିଏ। ଏହା ବ୍ୟତୀତ, ଯେତେବେଳେ ଆପଣଙ୍କ ଲୋମ ଟାଙ୍କୁରି ଉଠେ, ତାହା ଶରୀରକୁ ବାହ୍ୟ ଶୀତରୁ ରକ୍ଷା କରିବା ଏବଂ ଶରୀରରେ ଉତ୍ତାପ ସୃଷ୍ଟି କରିବାକୁ ଚେଷ୍ଟା କରେ।
କୌଣସି ଭାବନା ଶୀଘ୍ର ଅନୁଭୂତ ହେଲେ, ଲୋମ ଟାଙ୍କୁରି ଉଠେ। ଯେତେବେଲେ ଆପଣ ଅତ୍ୟଧିକ ଭାବନା ଅନୁଭବ କରନ୍ତି ଶରୀର ପ୍ରତିକ୍ରିୟା କରେ।
Powered by Froala Editor