ସ୍ୱାମୀ ପାଲଟିଲା ସଇତାନ: ପର୍ଣ୍ଣ ସାଇଟରେ ଛାଡ଼ିଦେଲା ମହିଳାଙ୍କ ଆପତ୍ତିଜନକ ଫଟୋ
ମେରଠ: ପ୍ରଥମେ ଯୌତୁକ ପାଇଁ ନିର୍ଯାତନା ଦେଲା । ମାରପିଟ୍ କଲା । ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ଦେଲାନି । ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ବାପ ଘରକୁ ଚାଲିଗଲେ । ଆଉ ଏହାପରେ ସ୍ୱାମୀ ପାଲଟିଲା ସଇତାନ । ଦେଖାଇଲା ଅସଲ ଚେହେରା । ପର୍ଣ୍ଣ ସାଇଟରେ ଆପତ୍ତିଜନକ ଫଟୋ ଅପଲୋଡ୍ କରିଦେଲା । ଏପରି ଏକ ଲଜ୍ୟାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଠରେ ।
ମେରଠର ମୁଣ୍ଡାଲୀ ଅଞ୍ଚଳର ଜଣେ ମହିଳାଙ୍କୁ ସୋନୁ ନାମକ ଜଣେ ବ୍ୟକ୍ତି ୨୦୧୯ରେ ବିବାହ କରିଥିଲେ । ବାହାଘର ବେଳେ ମହିଳାଙ୍କ ପରିବାର ଲୋକେ ଦାବି ମୁତାବକ ଯୌତୁକ ଦେଇଥିଲେ । କିଛିଦିନ ସେମାନଙ୍କ ଦାମ୍ପତ୍ୟ ଜୀବନ ଖସଖୁସିରେ କଟିଥିଲା । ଏହାପରେ ହଠାତ୍ ସୋନୁ ଆରମ୍ଭ କଲେ ଯୌତୁକ ନିର୍ଯାତନା । ବାପ ଘରୁ ଯୌତୁକ ଆଣିବାକୁ ଦାବି କଲେ । ମହିଳା ଜଣଙ୍କ ମନା କରିବାକୁ ତାଙ୍କୁ ମାରପିଟ୍ କଲେ । ଏନେଇ ମହଳା ଜଣଙ୍କ ମେରଠ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଉଭୟଙ୍କୁ ଡାକି ବୁଝାସୁଝା କରିବା ସହିତ ଘରକୁ ପଠାଇ ଦେଇଥିଲା । ହେଲେ ସୋନୁ ପୁଣି ନିର୍ଯାତନା ଦେବାରୁ ମହିଳା ଜଣଙ୍କ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ । ଏହାପରେ ସୋନୁ ତାଙ୍କର ଆପତ୍ତିଜନକ ଫଟୋ ଅପଲୋଡ୍ କରିବା ସହିତ ବିଭିନ୍ନ ପର୍ଣ୍ଣ ସାଇଟରେ ଛାଡ଼ି ଦେଇଥିଲା । ଏହା ଜାଣିବା ପରେ ମହିଳା ଜଣଙ୍କ ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୋନୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ନଚେତ୍ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।
Powered by Froala Editor