୫ ସନ୍ତାନ ସହ ମା’ର ଆତ୍ମହତ୍ୟା
ଛତିଶଗଡ଼ : ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ବେମୋଚା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହ ଯୋଗୁଁ ପାଞ୍ଚ ସନ୍ତାନ ସହ ମା’ ରେଳ ଧାରଣାରେ ଆତ୍ମହତ୍ୟା କରିଛନ୍ତି । ମହାସମୁନ୍ଦ ଇମିଲିଭଟା ନହର ପୋଲିଆଠାରୁ ୬ଜଣଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ଅନ୍ନପୂର୍ଣ୍ଣା ସାହୁ (୪୫ବର୍ଷ), ଯଶୋଦା ସାହୁ (୧୮ବର୍ଷ), ଭିମିକା ସାହୁ (୧୬ବର୍ଷ), କୁମକୁମ ସାହୁ(୧୨ବର୍ଷ), ତୁଳସୀ ସାହୁ (୧୦ବର୍ଷ) । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । ପ୍ରକାଶ ଯେ ଗୁରୁବାର ସକାଳେ କିଛି ଲୋକ ମହାସମୁନ୍ଦ ଇମିଲିଭଟା ନହର ପୋଲିଆ ରେଳ ଧାରଣାରେ ୬ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ୧୧୨କୁ କଲ କରି ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଉକ୍ତ ମହିଳା ତାଙ୍କ ପାଞ୍ଚ ସନ୍ତାନଙ୍କ ସହ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ମହିଳାଙ୍କ ସ୍ୱାମୀ କେଜଓରାମ ସାହୁ ଚାଉଳ କଳରେ ହେମାଲ କାମ କରନ୍ତି । ତାଙ୍କ ନାମରେ ୧ ଏକର ୭୫ ଡିସମିଲ ଜମି ଅଛି । ଚଳିତ ବର୍ଷ ୨୬ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ଗତ ରାତିରେ ପାରିବାରିକ କଳହ କାରଣରୁ ତାଙ୍କ ସ୍ତ୍ରୀ ଏବଂ ପାଞ୍ଚ ସନ୍ତାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
Powered by Froala Editor