ଚତୁର୍ଥ ପର୍ୟ୍ୟାୟ: ୩୨୭ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ୫ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ୟ୍ୟାୟରେ ଶନିବାର ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ମାଲକାନଗିରିର ୩୫ଟି ଉଚ୍ଚ ବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ୭୬, ଗଜପତି ଜିଲ୍ଲାର ୨୮, ଢେଙ୍କାନାଳ ଜିଲ୍ଲାର ୬୩,କେନ୍ଦୁଝର ଜିଲ୍ଲାର ୪୫ ଓ କଟକ ଜିଲ୍ଲାର ୮୦ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଯେ, ସ୍କୁଲ୍ ରୂପାନ୍ତରୀକରଣର ଚତୁର୍ଥ ପର୍ୟ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଚତୁର୍ଥ ପର୍ୟ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଉାଲ୍ଲେଖଯୋଗ୍ୟ ପୂର୍ବରୁ ତିନିଟି ପର୍ୟ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ୟ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।
Powered by Froala Editor