ଦୁଇ ପୁଅଙ୍କୁ ଯଦି ଦଳ ଟିକେଟ ନଦିଏ ତେବେ ସ୍ବାଧୀନ ଭାବେ ନିର୍ବାଚନ ଲଢାଇ ଜିତାଇବି: ସୁର ରାଉତରାୟ
ଭୁବନେଶ୍ବର : ଆମେ କଂଗ୍ରେସର ଛୋଟ ଏବଂ ଅଯୋଗ୍ୟ ନେତା, ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିରେ ମୋତେ ସ୍ଥାନ ଦିଆଯାଇନାହିଁ । ମୋତେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦେଲେ ବି ମୋର କିଛି ଖାତିର ନାହିଁ । ଏପରିକି ଦୁଇ ପୁଅଙ୍କୁ ଯଦି ଦଳ ଟିକେଟ ନଦିଏ ତେବେ ସ୍ବାଧୀନ ଭାବେ ନିର୍ବାଚନ ଲଢାଇ ଜିତାଇବି ବୋଲି ବିଧାୟକ ସୁରେଶ ରାଉତରାୟ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।
ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଥିଲା। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ଏହି କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ ସଭାପତି ଥିବା ବେଳେ ଅନ୍ୟ ବରିଷ୍ଠ ନେତାମାନଙ୍କୁ ରଖାଯାଇଛି। ତେବେ ଏହି କମିଟରେ ସ୍ଥାନ ପାଇନାହାନ୍ତି କଂଗ୍ରେସର ଦୁଇ ବିଧାୟକ ତଥା ବରିଷ୍ଠ ନେତା ତାରା ପ୍ରସାନ ବାହୀନିପତି ଓ ସୁରେଶ ରାଉତରାୟ। ଯାହାକୁ ନେଇ ଗତକାଲି କମିଟି ଘୋଷଣା ହେବାଠୁ ଚର୍ଚ୍ଚା ଲାଗିରହିଛି।କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟିରୁ ଦଳର ଦୁଇ ହେଭିଓ୍ବେଟ ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବାଦ୍ ପଡିବାକୁ ରାଜ୍ୟର କଂଗ୍ରେସ ସମର୍ଥକ ସହଜରେ ହଜମ କରିପାରୁନାହାନ୍ତି। ରାଜନୈତିକ ସମୀକ୍ଷକ ଆଗାମୀ ୨୦୨୪ ନିର୍ବାଚନରେ ଏହାର ବଡ଼ ପ୍ରଭାବ ପଡ଼ିପାରେ ବୋଲି କହିଛନ୍ତି।
Powered by Froala Editor