୨୮ ଏକର ଗଂଜେଇ ଗଛ ନଷ୍ଟ କଲା ପୁଲିସ
ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିଜାପଦର ଗ୍ରାମ ଜଙ୍ଗଲରୁ ୨୮ ଏକର ଅଞ୍ଚଳରେ ହୋଇଥିବା ୨୮ ହଜାର ଗଞ୍ଜେଇ ଗଛ କଟାଯାଇ ନଷ୍ଟ କରାଯାଇଥିବା ଜଣାଯାଇଛି। ମିଳିଥିବା ତଥ୍ୟ ମୁତାବକ ଜଙ୍ଗଲରେ ଏବେ ମଧ୍ୟ ପ୍ରବଳ ମାତ୍ରାରେ ଗଂଜେଇ ଚାଷ ହୋଇଥିବା ଜଣାପଡ଼ିଛି। କିନ୍ତୁ ଚଢାଉ ସମୟରେ ଜାଣିଶୁଣି ଅନ୍ୟ ଆଡେ ଗଂଜେଇ ଗଛ କଟା ଯାଉଥିବା ବେଳେ ପ୍ରକୃତ ଗଂଜେଇ ବ୍ୟବସାୟୀମାନଙ୍କୁ ସଂରକ୍ଷଣ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଅଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ସଚେତନ ନାଗରିକମାନେ ଦାବି ଜଣାଇଛନ୍ତି।
Powered by Froala Editor