ଗାଧୋଇବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ୍

ସବୁଦିନ ଗାଧୋଇବା ଦେହ ପାଇଁ ଲାଭଦାୟକ । ଗାଧୋଇବାର କିଛି ବିଧି ବ୍ୟବସ୍ଥା ରହିଛି, ଯାହା ଜଣଙ୍କୁ ସୁସ୍ଥ ରଖିଥାଏ। ହେଲେ କିଛି ଲୋକ ଗାଧୋଇବା ବେଳେ ଭୁଲ କରିଥାନ୍ତି, ଯାହା ସେମାନଙ୍କ ଶରୀର ଓ ସୌନ୍ଦର୍ୟ୍ୟତାକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଗାଧୋଇବା ବେଳେ କ’ଣ ଭୁଲ ହୋଇଥାଏ।
୧. ଗରମ ପାଣିରେ ଗାଧୋଇଲେ ଦେହକୁ ଆରମ୍ ଲାଗିଥାଏ। କିଛି ଲୋକ ନିୟମିତ ଗରମ ପାଣିରେ ଗାଧୋଇଥାନ୍ତି। ଧାରଣା ଥାଏ ଏହା ଦ୍ୱାରା ସେମାନଙ୍କ ମସଲକୁ ଆରାମ ମିଳିଥାଏ। ହେଲେ ଗରମ ପାଣିରେ ଗଧୋଇଲେ ସ୍କିନ୍ରେ ଥିବା ଜରୁରୀ ତୈଳ ଅଂଶ ନଷ୍ଟ ହୋଇଯାଇଥାଏ। ଯାହା ସ୍କିନ୍କୁ ସୁସ୍କ କରିଦେଇଥାଏ। ବେଳେବେଳେ ସ୍କିନ୍ କୁଣ୍ଡାଇ ହୋଇଥାଏ।
୨. ଗାଧୋଇବା ବେଳେ ପାଣିରେ ବେଶି ସମୟ ରହିବାକୁ କିଛି ଲୋକ ଭଲ ପାଇଥାନ୍ତି। ହେଲେ ଏହା ଆପଣଙ୍କ ଶରୀର ପାଇଁ ଆଦୌ ଭଲ ନୁହେଁ। ବେଶି ସମୟ ପାଣିରେ ରହିଲେ ଆପଣଙ୍କ ସ୍କିନରେ ଥିବା ମଶ୍ଚର ନଷ୍ଟ ହୋଇଯାଇଥାଏ। ଗାଧୋଇବା ବେଳେ ୧୦ ମିନିଟ୍ରୁ ଅଧିକ ଯେମିତି ପାଣିରେ ନ ରହିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତି।
୩. କିଛି ଲୋକ ଗାଧୋଇବା ବେଳେ ସୁବାସିତ ସାବୁନ ବ୍ୟବହାର କରିଥାନ୍ତି। ତେବେ ବଜାରରେ ମିଳୁଥିବା ଏହି ଧରଣର ପ୍ରାୟ ବହୁ ସାବୁନର ନିୟମିତ ବ୍ୟବହାର ସ୍କିନ୍କୁ ଡ୍ରାଏ କରିଦେଇଥାଏ। ତେଣୁ ଗାଧୋଇବା ପାଇଁ ଆପଣ କେଉଁ ପ୍ରକାରର ସାବୁନ ବ୍ୟବହାର କରିବେ ସେ ନେଇ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।
୪. ଗଧୋଇଲା ବେଳେ ବାଳକୁ ଭଲ ଭାବେ ଧୋଇ ନିଅନ୍ତୁ। ଏହାସହ ଯଦି ସାବୁନ ଫେଣ ଆପଣଙ୍କ ପାଟିରେ ପଶିଯାଉଛି ତେବେ ଭଲ ଭାବେ କୁଳି କରନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିବେ। ସେହିପରି ଦେହରେ ଘସୁଥିବା ବ୍ରସ୍କୁ ନିୟମିତ ବ୍ୟବଧାନରେ ବଦଳାନ୍ତୁ।
Powered by Froala Editor