ସରକାରୀ କ୍ୱାର୍ଟର୍ସରୁ ସିମୂଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର
ସରକାରୀ କ୍ୱାର୍ଟର୍ସରୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ। ଦିନ ୧୧ଟାରେ ମାତ୍ର କିଛି ସମୟରେ କାର୍ଯ୍ୟ କରି ସରକାରୀ ବାସଭବନକୁ ଚାଲିଯାଇଥିଲେ । ବାସଭବନରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ଅଫିସରେ କିଛି କାଗଜପତ୍ର ଖୋଜିବା ପରେ ନ ମିଳିବାରୁ ବ୍ୟସ୍ତ ଥିବା କହିଛନ୍ତି କର୍ମଚାରୀ । ତେବେ ସେ ସକାଳୁ କିଛି ନଖାଇ ଯାଇଥିବାରୁ କ୍ବାର୍ଟର୍ସକୁ ଫେରି ଆସିଥିବା କର୍ମଚାରୀ ମାନେ କହିଛନ୍ତି। ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ । ତାଙ୍କର ଚାକିରି ଆଉ ମାତ୍ର ଅଢ଼େଇ ବର୍ଷ ଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
Powered by Froala Editor