ବିଜ୍ଞପ୍ତି ପ୍ରକାଶ: ନିଯୁକ୍ତି ପାଇବେ ୨୦୬୪ ଶିକ୍ଷକ
ଭୁବନେଶ୍ୱର: ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ ଟିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଳା, ପିସିଏମ୍, ସିବିଜେଡ୍, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ବିଷୟ ସମେତ ପିଇଟି ଶିକ୍ଷକ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଫେବୃଆରୀ ୭ ତାରିଖ ପର୍ୟ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ଏନେଇ ସୋମବାର ରାଜ୍ୟ ପ୍ରବରଣ ମଣ୍ଡଳ(ଏସ୍ଏସ୍ବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଟିଜିଟି କଳା ବିଭାଗ ପାଇଁ ମୋଟ୍ ୯୧୨ଟି ପଦ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୨୨୧ଟି ପଦ ସଂରକ୍ଷିତ ରହିଛି। ସେହିପରି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୨୯୦ ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୪୦୧ଟି ପଦ ସଂରକ୍ଷଣ ରହିଛି। ପିସିଏମ୍ରେ ୨୦୨ଟି ପଦ ମଧ୍ୟରୁ ସାଧାରଣ ବର୍ଗ ପାଇଁ ୭୬, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫୧ ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୭୫ଟି ପଦ ସଂରକ୍ଷଣ ରହିଛି। ସିବିଜେଡ୍ ପାଇଁ ୧୮୭ଟି ପଦବୀରୁ ସାଧାରଣ ବର୍ଗଙ୍କ ପାଇଁ ୬୪, ଅନୁସୂଚିତ ଜାତି ବର୍ଗ ପାଇଁ ୫୧ ଅନୁସୂଚିତ ଜନଜାତି ବର୍ଗ ପାଇଁ ୭୨ଟି ପଦ ସଂରକ୍ଷଣ ରହିଛି। ହିନ୍ଦୀ ଶିକ୍ଷକ ପାଇଁ ୧୯୪ଟି ପଦ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୮୬, ଅନୁସୂଚିତ ଜାତି ବର୍ଗ ପାଇଁ ୪୪ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୬୪ଟି ପଦ ସଂରକ୍ଷଣ ରହିଛି। ସଂସ୍କୃତ ଶିକ୍ଷକ ପାଇଁ ୩୧୭ଟି ପଦ ମଧ୍ୟରୁ ସାଧାରଣ ବର୍ଗରେ ୧୦୨, ଅନୁସୂଚିତ ଜାତି ବର୍ଗ ପାଇଁ ୮୮ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ୧୨୭ଟି ପଦ ସଂରକ୍ଷଣ ରଖାଯାଇଛି। ଉର୍ଦ୍ଦୁ ଶିକ୍ଷକ ପାଇଁ ୩ଟି ପଦ ରହିଛି। ସେହିପରି ୨୪୯ଜଣ ଶାରୀରିକ ଶିକ୍ଷକ(ପିଇଟି) ନିଯୁକ୍ତି ପାଇବେ। ଏଥିମଧ୍ୟରେ ୧୪୬ଟି ସାଧାରଣ ବର୍ଗ, ୪୩ଟି ଅନୁସୂଚିତ ଜାତି ବର୍ଗ ପାଇଁ ଏବଂ ୬୦ଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି।
Powered by Froala Editor