ଆଜୀବନ ସଜା କାଟୁଥିବା କଏଦୀ ଫେରାର
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀ ଫେରାର । ଜେଲ ପରିସର ପାଚେରୀ ଡେଇଁ ପଳାଇଥିବା ସୂଚନା ମିଳିଛି ।
ଛୋଟୁ ନାମକ ଜଣେ ଯୁବକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲା। କିଛି ବର୍ଷ ଜେଲରେ ରହି ଜେଲ କର୍ତ୍ତୃପକ୍ଷଙ୍କ ବିଶ୍ୱାସ ଭାଜନ ହୋଇଥିଲା। ଜେଲ ପରିସରରେ ପରିବା ଚାଷ ଠାରୁ ଗେଟ ସମ୍ମୁଖରେ ରହି ଜେଲର ସମସ୍ତ କାର୍ୟ୍ୟ ଦେଖାରଖା କରୁଥିଲା। କହିବାକୁ ଗଲେ ଜେଲ କର୍ମଚାରୀ ପରି ରହି ଆସୁଥିଲା। ତେବେ ଗତକାଲି ବିଶ୍ୱାସରେ ବିଷ ଦେଇ ଜେଲକୁ ଲାଗିଥିବା ବସ ଷ୍ଟାଣ୍ଡ ପାଚେରୀ ଡେଇଁ ଫେରାର ହୋଇଯାଇଛି। ଜେଲ କର୍ତ୍ତୃପକ୍ଷ ଏବଂ ରାଇରଙ୍ଗପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
Powered by Froala Editor