ପ୍ରେମରେ ବିଫଳ ହେଲା ବୋଲି ନାବାଳିକାକୁ ଛୁରି ଭୁସିଲା ଯୁବକ

ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି।
ଖଇରା ବ୍ଲକ ଜଳଦା ପଞ୍ଚାୟତରେ ତୁଟ ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମରେ ୨୫ ବର୍ଷିୟ ଯୁବକ ରଶ୍ମିରଞ୍ଜନ ଦାଶ ବହୁବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ। ଏ ସମ୍ପର୍କରେ ନାବାଳିକା ଘରେ ଜଣାଇବା ପରେ ଗାଁରେ ଏକ ବୈଠକ ବସିଥିଲା। ଏଥିରେ ଯୁବକଙ୍କୁ ଭୁଲ ମାଗିବାକୁ ପଡ଼ିଥିଲା। ଗୁରୁବାର ସକାଳେ ନାବାଳିକା ତାଙ୍କ ସାଙ୍ଗଙ୍କ ସହ ସକାଳେ ଟିଉସନ ଯାଉଥିବା ସମୟରେ ତୁଟପଦା ଠାରେ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଥିଲେ। ନାବାଳିକାଙ୍କ ସାଙ୍ଗ ଗାଁରେ ଖବର ଦେବା ପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝିଅ ଓ ପରିବାର ଲୋକ ପ୍ରତିବାଦ କରିବାରୁ ସେହି ରାଗରେ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି ।
Powered by Froala Editor