ଓଡ଼ିଶାରେ ଜେ.ଏନ-୧ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: କରୋନାକୁ ନେଇ ଆସିଲା ବଡ଼ ଖବର । ଯାହାକୁ ସମସ୍ତେ ଡରୁ ଥିଲେ ଏବେ ତାହା ସତରେ ପରିଣତ ହୋଇଛି । ଓଡ଼ିଶାରେ ଜେ.ଏନ-୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଜଣ କରୋନାର ନୂଆ ଭାରିଆଣ୍ଟଜେ.ଏନ-୧ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାଯାଇଛି । ସେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ଜଣାଯାଇଛି । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
Powered by Froala Editor