ସ୍ୱଦେଶୀ କୋଭିଡ ଟିକା କୋଭାକ୍ସିନର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ହେବ
ହାଇଦ୍ରାବାଦ: ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ସମ୍ପୂର୍ଣ୍ଣ ସ୍ୱଦେଶୀ କୋଭିଡ ଟିକା କୋଭାକ୍ସିନର ଚତୁର୍ଥ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ହେବ । ବାସ୍ତବ ସ୍ଥିତିରେ ଏହାର ଫଳପ୍ରଦତା କେତେ ତାହା ଜାଣିବା ପାଇଁ ଏହି ପରୀକ୍ଷଣ କରାଯିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କୋଭାକ୍ସିନର ୩ଟି ପର୍ଯ୍ୟାୟ ପରୀକ୍ଷଣରୁ ମିଳିଥିବା ସଫଳତା ଆଧାରରେ ଏହାର ବୈଶ୍ୱିକ ମଞ୍ଜୁରି ପାଇଁ ଆଉ କୌଣସି ପ୍ରତିବନ୍ଧକ ନଥିବା ବେଳେ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ କେବଳ ଏହାର ସାମ୍ପ୍ରତିକ ପ୍ରଭାବ ଅନୁଧ୍ୟାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ପୂର୍ବରୁ ୩ଟି ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ଫଳପ୍ରଦତା ୭୮% ରହିଥିଲା ।
ସୂଚନାଯୋଗ୍ୟଯେ, କୋଭାକ୍ସିନର ପ୍ରଭାବକୁ ନେଇ କେତେକ ବିବାଦ ସୃଷ୍ଟି ହୋଇଛି । ଏପରିକି ହୁ’ ମଧ୍ୟ ଏହାକୁ ଅନୁମତି ଦେଇନଥିବାରୁ ସମସ୍ୟା ସୃଷ୍ଟିହୋଇଛି । ତେଣୁ କମ୍ପାନୀ ପକ୍ଷରୁ ଏଭଳି ପରୀକ୍ଷଣ କରାଯାଇଛି ।
Powered by Froala Editor