ଅଯୋଧ୍ୟା ରେଳ ଷ୍ଟେସନ ଏବେ ଅଯୋଧ୍ୟା ଧାମ ଜଙ୍କସନ

ଅଯୋଧ୍ୟା ରେଳ ଷ୍ଟେସନର ନାମ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତନ କରାଯାଇଛି। ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।
ଅଯୋଧ୍ୟାର ଭାଜପା ଏମ୍ପି ଲାଲୁ ସିଂଙ୍କ ବୁଧବାର ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୩୦ରେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ବିମାନବନ୍ଦର ଏବଂ ନୂତନ ଭାବରେ ନିର୍ମିତ ରେଳ ଷ୍ଟେସନକୁ ମଧ୍ୟ ଉଦଘାଟନ କରିବେ।
ଉତ୍ତର ପ୍ରଦେଶ ସରକାର ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ସହର ଓ ସ୍ଥାନଗୁଡ଼ିକର ନାମ ବଦଳାଉଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଅଯୋଧ୍ୟାର ନାମ ମଧ୍ୟ ଯୋଡିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସିଏମ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଜଙ୍କସନ ଯାଞ୍ଚ କରିବାକୁ ଆସିଥିଲେ। ବୁଧବାର ଦିନ ଅଯୋଧ୍ୟା ଜଙ୍କସନର ନାମ ଅଯୋଧ୍ୟା ଧାମରେ ପରିବର୍ତ୍ତନ କରାଯାଇଥିଲା। ଏହି ଘୋଷଣା ପରେ ରାମ ଭକ୍ତମାନେ ଖୁସି ପ୍ରକାଶ କରିଛନ୍ତି।
Powered by Froala Editor